ଭାଷାର୍ ମହକ୍
ଓଡ଼ିଆ ସାହିତ୍ୟ
*ଷ୍ଟେଜ୍* କେ ପାସରି *ପେଜ୍* କେ ଆସୁନ୍
ଭାଷାର୍ ଲେଖକ୍ କବି
ଫୋନ୍ଥିଁ ନିଜେ ଅକ୍ଷରେ ଲେଖୁନ୍
ଯାହା ପାରୁଛନ୍ ଭାବି
ଦର୍ଶକ, ଶୁନାଲି ଏତ୍କେ ହଉନ୍
ନିଜର୍ ଭାଷାର୍ ପାଠକ୍
ଆଉର୍ ଖୋବ୍ ଦିନ୍ ନାଇଁ ହେଇପାରେ
ସଭା, ଯାତ୍ରା, ନାଟକ୍
ବେଲ୍କାଲ୍ ଜାନି ବଦ୍ଲାଲେ ସିନା
ଭାଷା ରହିଥିବା ବଁଚି
ଲିପି ରୂପ୍ ଦେଇ ଚିଂତା ଭାବ୍ନା
ରଖୁଁ ସଭେ ଏଭେଁ ସଁଚି
ଲେଖାପଢ଼ା ବୁତା ଫି'ଦିନ୍ କରୁଁ
ପାର୍ମା ଯେତ୍କି ଜହ
ଭାଷାର୍ ମହକ୍ ଫଏଲେଇ ଦଉଁ
ବାସୁଥିବା ମହମହ
ଶୁନ୍ବବାର୍ ଲୋକ୍ କମ୍ତେଲ୍ ଯିବେ
ପଢ଼୍ବାର୍ ଲୋକ୍ ବଢ଼୍ବେ
ଘରେଁ ରହେବେ ନିଜର୍ ଢଂଗେ
ପୂରା ଭାଷାଟାକେ ଗଢ଼୍ବେ
*ଷ୍ଟେଜ୍* ନୁ ଉତ୍ରି *ପେଜ୍* କେ ଆଏଲେଁ
ଫଏଲିଯାଏସି ଭାଷା
ସାହିତ୍ୟ ପାଏଲେଁ ଅକ୍ଷର୍ ଡେନା
ବଢ଼୍ସି ସବୁ ଆଶା